0 0
Read Time:8 Minute, 30 Second

ବାପାଙ୍କ ସାଙ୍ଗରେ ପ୍ରାୟ ଘଣ୍ଟେ ହେଲାଣି ବ୍ୟାଙ୍କରେ ବସିଲିଣି । ଅପେକ୍ଷା କରୁ କରୁ ବିରକ୍ତ ମଧ୍ୟ ଲାଗିଲାଣି । ଯେତେ ବିରକ୍ତି ନିଜପାଇଁ ନୁହେଁ , ବାପାଙ୍କ ପାଇଁ ତାଠାରୁ ଅଧିକ ।

ଅପେକ୍ଷା କରିବାର ସୀମା ଟପି ଗଲାଣି , ମନେ-ମନେ ଏକ ପ୍ରକାର ବାପାଙ୍କୁ ରାଗି କହିଲି ,” ବାପା! ତୁମକୁ ମୁଁ କେତେଥର କହିଲିଣି ଏଣିକି ଆପଣ ଟିକେ ଅନଲାଇନ ବ୍ୟାଙ୍କିଙ୍ଗ ଶିଖି ନିଅନ୍ତୁ।” ଫଳ କିଛି ହେଲାନି ।

ବାପା କହିଲେ , ” ଶିଖି କଣ ହେବ ?”

ମୁଁ କୁହିଲି , ତାହେଲେ ଆପଣ ଘରେ ବସି ଏଇ ସାମାନ୍ଯ କାମ ନିଜେ କରି ନେଇ ପାରନ୍ତେ ।

କେବଳ ବ୍ଯାଙ୍କ କାମ ନୁହେଁ , ସପିଙ୍ଗ ମଧ୍ଯ ଅନ-ଲାଇନରେ କରି ପାରିବେ।
ଘରେ ବସି ଡେଲିଭରି ମଧ୍ଯ ପାଇବେ । ଖୁବ୍ ସହଜ କିନ୍ତୁ ଏଇଟା ମଧ୍ଯ ଆପଣଙ୍କ ଦ୍ବାରା ହେଲାନି ।

ବାପା କହିଲେ , “ତାହେଲେ ତୁମେ କହିବାକୁ ଚାହୁଁଛ , ଏଇଟି ଶିଖିନେଲେ , ମୋତେ ଆଉ ଘରୁ ବାହାରକୁ ଯିବାକୁ ପଡ଼ନ୍ତାନି । ଆଉ ସମୟ ଅପବଚୟ ହୁଅନ୍ତାନି । ଏଇଆ ତ? “

ହଁ ବାପା , ସେଇଆ ।

ତାପରେ ବାପା ଯାହା କହିଲେ ତା ଶୁଣି ମୁଁ ଏକ ପ୍ରକାର ନିର୍ବାକ ହୋଇଗଲି ।

ବାପା କହିଲେ , ” ଆଚ୍ଛା କହିଲୁ , ତୁମେମାନେ ଏତେ ସମୟ ବଂଚେଇ କଣ ସବୁ କରୁଛ ? ସବୁବେଳେ ତ ଦେଖେ ତୁମେମାନେ ତୁମର ଫୋନକୁ ନେଇ ବ୍ୟସ୍ତ । ମନେ ପକାଇ ଟିକେ କହିଲ , ଶେଷଥର ତୁମେ କେବେ ତୁମ ପିଉସୀଙ୍କ ସାଙ୍ଗରେ କଥା ହୋଇଛ ?

ଆମ ଘରୁ ମାତ୍ର ଦଶ ହାତ ଦୂରରେ ରହୁଥିବା ନରେନ୍ଦ୍ର କକେଇଙ୍କ ଖବର କେତେଥର ନେଇଛ ? ଅଥଚ ତୁମ ନିଜ ପାଖ ଲୋକ ସାଙ୍ଗରେ ଦେଖା କରିବାକୁ ଦଶ ମାଇଲ ଧାଇଁଛ । “

ବାପା କିଛି ସମୟ ଅପେକ୍ଷାକରି ପୁଣି କହିଲେ , “ମୁଁ ଜୀବନରେ କେବେ ସମୟ ବଂଚେଇବା କଥା ଭାବିନି । ମଣିଷ ଯଦି ମଣିଷର ସୁଖ, ଦୁଃଖରେ ଜଣେ , ଜଣକା ପାଖରେ ଛିଡ଼ା ନ ହେଇ ପାରିଲା ତେବେ ଏଭଳି ସମୟ ସଂଚୟ କରି ଲାଭ କଣ ?

ବାପାଙ୍କ ଆଖ, ପାଖରେ ବସିଥିବା ଲୋକେ ଆମ କଥାବାର୍ତ୍ତା ଶୁଣୁଥାନ୍ତି ।
ମୋତେ ଲାଜ ମଧ୍ଯ ଲାଗୁଥାଏ ।

ପୁଣି ବାପା କହିଲେ , “ବ୍ୟାଙ୍କ ଭିତରକୁ ଆସିବା ପରଠୁ ମୋର ଚାରି-ଚାରିଜଣ ପୁରୁଣା ବନ୍ଧୁଙ୍କୁ ଭେଟିଲି , କୁଶଳ, ମଙ୍ଗଳ କଥା ପଚାରି ବୁଝିନେଲି । ତୁ ତ ଜାଣୁ ମୁଁ ଘରେ ଏକା । ଘରୁ ବାହାରକୁ ଯାଇ ପାରିବାହିଁ ମୋ ପାଇଁ ଆନନ୍ଦର କଥା । ଏବେ ମୋ ହାତରେ ସମୟର ଅଭାବ ନାହିଁn। ମୋ ପାଇଁ ଚିନ୍ହା, ଅଚିନ୍ହା ଲୋକଙ୍କ ସାହଚର୍ଯ୍ୟ ବଡ଼ କଥା। ଡିଭାଇସ , ହୋମ-ଡେଲିଭରି, କଣ ଆଣି ଦେଇପାରିବେ …? “

” ଆଜି ମୋର ମନେ ପଡ଼ୁଛି , ବର୍ଷ ଦୁଇ ଆଗର କଥା । ମୁଁ ବହୁତ ଅସୁସ୍ଥ ହୋଇ ପଡ଼ିଥାଏ । ତୁମର ମନେ ଥିବ , ମୁଁ ଯେଉଁ ଦୋକାନରୁ ସଉଦା ଆଣୁଥାଏ , ସେ ମୋତେ ଦେଖିବାକୁ ଆସିଥିଲେ । ମୋ ପାଖରେ ବସି ମୋ ମଥାରେ ହାତ ବୁଲାଇଥିଲେ । ତାଙ୍କ ଆଖି ଦୁଇଟି ଲୋତକରେ ଭରି ଯାଇଥିଲା ।

ତୋର ଡିଭାଇସ ଅଧିକରୁ ଅଧିକ ଖଣ୍ଡେ ଇ-ମେଲ ପଠାଇ ପାରିଥାନ୍ତା ସିନା , ହେଲେ ତାର କଠିନ ଯାନ୍ତ୍ରିକ କର ସ୍ପର୍ଶ ମୋ ହ୍ରୁଦୟରେ ଶିତଳତା ଆଣି ପାରନ୍ତା ?

ଆଖିର ଲୁହ ପୋଛି ପାରୁଥିବା ଏଭଳି କୌଣସି ଡିଭାଇସ ଉଦ୍ଭାବନ ହୋଇ ପାରିଛି କି ?

ଆଜି ମର୍ଣିଂୱାକରେ ଯାଇ ତୁମ ମାଆ ପଡ଼ିଗଲେ । କିଏ ଘରକୁ ଆଣି ଛାଡ଼ିଗଲେ ତାଙ୍କୁ ?

ଅନଲାଇନ କେବଳ ଲୋକଙ୍କ ଏକାଉଣ୍ଟ ଚିନ୍ହେ , ସିଏତ ମଣିଷ ଚିହ୍ନି ପାରେ ନି ।

ଲୋକଙ୍କ ଠିକଣା ଠାବକରି ଡେଲିଭରି ଦିଏ , ହେଲେ ରାସ୍ତା କଡ଼ରେ ପଡ଼ିଥିବା ଲୋକର ଠିକଣା କଣ ତାକୁ ଜଣା ଅଛି ?

ଯେଉଁ ଲୋକଟି ମୋର ବିପଦ ବେଳେ ମୋ ସେଜ କଡ଼ରେ ଆସି ବସିଲା , ଯିଏ ତୁମ ମାଆଙ୍କୁ ଘରେ ଛାଡ଼ି ଦେଇଗଲା , ସେମାନଙ୍କୁ ଦୈନନ୍ଦିନ ବିଭିନ୍ନ ପ୍ରୟୋଜନରେ ଆମେ ଏକ ଅନ୍ୟକୁ ଜାଣିଛୁ , ଚିନ୍ହିଛୁ ?

ଏ ସବୁ କଣ ଅନଲାଇନରେ ସମ୍ଭବ ?
ତେବେ ମଣିଷ “ହ୍ୟୁମେନ ଟାଚ୍”
କେଉଁଠାରୁ ପାଇବେ କହିଲ ?

ପାଏନାହିଁ । ତେଣୁ ପଡ଼ିଶାଘର ଲୋକ ମରି , ପଚି, ସଢି ଦୁର୍ଗନ୍ଧ ହେବା ପରେଯାଇ ମ୍ୟୁନିସିପାଲିଟିକୁ ଖବର ଦିଆ ଯାଏ । ଏଇ ବଡ଼, ବଡ଼ ଏପାର୍ଟମେଣ୍ଟ ଗୁଡ଼ି ଆମକୁ ସତରେ କଣ ଏପାର୍ଟ କରି ଦେଇଛନ୍ତି ?

ତୁମେ ଏଇ ବ୍ୟାଙ୍କର ଯେଉଁ କ୍ୟାଶିଆରକୁ ଦେଖୁଛ , ତୁମେ ତାଙ୍କୁ
କେବଳ କ୍ୟାଶିଆର ଭାବରେ ଜାଣିଛ । ସେଲ୍ସମାନକୁ କେବଳ ସେଲ୍ସମ୍ୟାନ ଆଖିରେ ଦେଖି ଶିଖିଛ ।

କିନ୍ତୁ ମୁଁ ଏମାନଙ୍କୁ ସୁଖ ଦୁଃଖର ଅନୁଭୂତି ମଧ୍ୟରେ ରକ୍ତ ମାଂସରେ ଗଢା ଜଣେ ମଣିଷକୁ ଦେଖୁଛି ।
ତାର ଦୁଇ ଆଖି ଦେଖୁଛି ।
ମୁଁହର ଭାଷା ଦେଖୁଛି ।
ହ୍ରୁଦୟର କ୍ରନ୍ଦନ ଦେଖୁଛି ।
ଘରକୁ ଫେରିବାର ବ୍ୟଗ୍ରତା ଦେଖୁଛି ।

ମଣିଷ-ମଣିଷ ମଧ୍ୟରେ ଏଇ ଅଳ୍ପ ସମୟର ଦେଖା-ସାକ୍ଷାତ , ସେମାନଙ୍କ ମଧ୍ୟରେ ଏକ ପ୍ରକାର ବନ୍ଧନ ସ୍ରୁଷ୍ଟି କରେ । ଅନଲାଇନ କେବଳ ସର୍ଭିସ ଦେଇପାରେ ,
ବନ୍ଧନ ଦେଇ ପାରେନାହିଁ ।

ମୁଁ ବାପାଙ୍କୁ ପଚାରିଲିb, ବାପା ! ତେବେ କଣ ଟେକନୋଲୋଜି ଖରାପ ?

ବାପା କହିଲେ:-

ଟେକନୋଲୋଜି ଖରାପ ନୁହେଁ । ଏହାଦ୍ବାରା ଅନେକ କିଛି ସହଜ ହୋଇଛି , ଯା ଆମ ସମୟରେ ନଥିଲା । ଆଜି ଭିଡିଓ କଲ ଜରିଆରେ ଲକ୍ଷ , ଲକ୍ଷ ପିଲା ପାଠ ପଢୁଛନ୍ତି , କେତେ କିଛି ନୂଆ କଥା ଜାଣୁଛନ୍ତି , ଏ ସବୁ ତ ଟେକନୋଲୋଜିର ଉପହାର !

ହେଲେ ଟେକନୋଲୋଜିର ନିଶାଟା ଖରାପ ।

ସ୍କ୍ରିନ ଏଡିକସନ , ଡ୍ରଗ ଏଡିକସନ ତୂଳନାରେ କମ କ୍ଷତିକାରକ ନୁହେଁ ।
ଆମକୁ ମନେ ରଖିବାକୁ ହେବ , ଡିଭାଇସ ଯେପରି ମାନବିକ ସତ୍ତାର ମ୍ରୁତ୍ୟୁ ନ ଘଟାଏ ଆଉ ଆମେ ଯେପରି ଟେକନୋଲୋଜିର ଦାସରେ ପରିଣତ ନ ହେଉ ।

ମଣିଷ ନାନା ପ୍ରକାର ଡିଭାଇସ ବ୍ୟବହାର କରୁ , ହେଲେ ତା ସହିତ ମଣିଷ ସହିତ ସମ୍ପର୍କ ମଧ୍ଯ ଗଢିତୋଳୁ ।

କିନ୍ତୁ ଏହା ଭୟଙ୍କର ସତ୍ୟ ଯେ ,
ଏବେ ଆମେ ମଣିଷକୁ ବ୍ୟବହାର କରୁ , ଆଉ ଡିଭାଇସ ସାଙ୍ଗରେ ସମ୍ପର୍କ ଗଢୁ । ବିଡ଼ମ୍ବନା କଣ ଜାଣିଛ ?

ଆଜି ମଣିଷ , ବିଛଣା ଛାଡ଼ିବା ପରେ ନିଜ ସନ୍ତାନର ମୁଁହ ଦେଖିବା ପୂର୍ବରୁ ,
ସ୍କ୍ରିନ ଦେଖିବା ପସନ୍ଦ କରୁଛି ।

ଆମର ଏପ୍ରକାର ମନୋବ୍ରୁତ୍ତିକୁ ସାଇଣ୍ଟିଫିକ ରିସର୍ଚ୍ଚ ଇନସ୍ଟିଚ୍ୟୁଟ ଭୟଙ୍କର ମାନସିକ ରୋଗ ବୋଲି ଘୋଷଣା କରିଛି ।

କିଛିଦିନ ପୂର୍ବରୁ ଖ୍ୟାତନାମା ବଲିଉଡ ଗାୟୀକା , ଶ୍ରୀମତି ଆଶା ଭୋଁସଲେ ଗୋଟିଏ ଫୋଟୋ ପେସ୍ଟ କରି କ୍ୟାପସନରେ ଲେଖିଛନ୍ତି :-

” ମୋ ଚାରିଆଡ଼େ କେତେ ମଣିଷର ଭିଡ଼ , କିନ୍ତୁ କଥା ହେବାପାଇଁ ଜଣେହେଲେ ମଣିଷ ନାହିଁ ।

କାରଣ, ସମସ୍ତଙ୍କ ହାତରେ ଖଣ୍ଡେ-ଖଣ୍ଡେ ଡିଭାଇସ ।”

ବାପା ଗୋଟିଏ ଦୀର୍ଘନିଃଶ୍ବାସ ଛାଡ଼ି
କହିଲେ :-

ଜାଣେନା ମୋର ଜ୍ଞାନ ଓ ଧାରଣା ଠିକ୍ କି ଭୂଲ , ହେଲେ ମୋର ଦ୍ରୁଢ ବିଶ୍ବାସ , ଆଜିକାର ପିଢି କୌଣସି ପଣ୍ୟର ଲୋଗୋ ସହିତ ଯେତିକି ସୁପରିଚିତ , ନିଜ ଜ୍ଞାତି, କୁଟୁମ୍ବ , ଓ ପରିଚିତଙ୍କ ଚେହେରା ସହିତ ସେତିକି ଅପରିଚିତ । ମୋ ମତରେ ଯେତେଦୂର ସମ୍ଭବ ମଣିଷଙ୍କ ସହିତ
ସମ୍ପର୍କ ଗଢି ତୋଳିବା ଉଚିତ ।
ଡିଭାଇସ ସାଙ୍ଗରେ ନୁହେଁ ।
ଟେକନୋଲୋଜିର ଜୀବନ ନୁହେଁ ।

“spend time with people , not with devices”

ଇତିମଧ୍ୟରେ ଦେଖିଲି , ବାପାଙ୍କୁ ମଉସା ସମ୍ବୋଧନ କରି କେହି ଜଣେ ପାଟିକରି ଡାକିଲେ l

ବାପା କାଉଣ୍ଟର ଆଡ଼କୁ ଯାଉଛନ୍ତି ।
ଏଇ ପ୍ରଥମ ଥର ମୁଁ ବୁଝିଲି , ଜଣେ ମଣିଷ ଆଉ ଜଣେ ମଣିଷ ଡାକରେ ଆଗେଇ ଯାଉଛନ୍ତି ।

ମୁଁ ବାପାଙ୍କୁ ଅନଲାଇନ୍ ଶିକ୍ଷା ଦେବାକୁ ଚାହୁଁଥିଲି , ଆଉ ବାପା ମୋତେ ଲାଇଫ ଲାଇନ୍ କଣ ଶିକ୍ଷା ଦେଇଦେଲେ !!!

Punjab CM announces 300 units of free electricity today Previous post Punjab CM announces 300 units of free electricity today
Visit of Mauritius PM to India from April 17 to 24 Next post Visit of Mauritius PM to India from April 17 to 24